Type Here to Get Search Results !
ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା ଓ ବ୍ଲକ ସ୍ଥଳରେ ସାମ୍ବାଦିକ ଆବଶ୍ୟକ । ଯୋଗାଯୋଗ ଠିକଣା ମୋବାଇଲ ନଂ:- 8141951002 ସମ୍ପର୍କ କରନ୍ତୁ ।
Header ADS

୧.୪୦ କୋଟି ଜମି ଠକେଇ ମାମଲାରେ ଜଣେ ଗିରଫ ।

 



 ୧.୪୦ କୋଟି ଟଙ୍କାର ଜମି ଠକେଇ ମାମଲାରେ ବ୍ରହ୍ମପୁର ଟାଉନ ପୋଲିସ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଭୁବନେଶ୍ୱର ଓଲଡ ଟାଉନର ସୂରଜ କୁମାର ମିଶ୍ର (୫୧)। ବ୍ରହ୍ମପୁର ଟାଉନ ଥାନା କେସ୍ ନଂ ୪୧୦/୦୭.୦୯.୨୦୨୬, ଧାରା ୩୧୮(୪)/୩୧୬(୨)/୩(୫) BNS ଅନୁସାରେ ମାମଲା ରୁଜୁ ହୋଇଛି।

ଅଭିଯୋଗ ଅନୁସାରେ, ଶାସ୍ତ୍ରୀ ନଗରର ଆଇନଜୀବୀ ଲଳିତ ମୋହନ ମଙ୍ଗରାଜ (୪୯) ବ୍ରହ୍ମପୁର ତହସିଲ ଅନ୍ତର୍ଗତ ଶଙ୍କରପୁର ମୌଜାର ୪.୧୧୨୦ ଏକର ଜମିକୁ ୨.୭ କୋଟିରେ କିଣିବା ପାଇଁ ୦୫.୦୧.୨୦୨୩ ଓ ୨୪.୦୧.୨୦୨୩ରେ ଚୁକ୍ତି କରିଥିଲେ। ଏଥିପାଇଁ ସେ ବ୍ୟାଙ୍କ ଓ ନଗଦ ମାଧ୍ୟମରେ ୧.୪୦ କୋଟି ଆଗୁଆ ଦେଇଥିଲେ। ପରେ ଲିଗାଲ ହେୟାର ସାର୍ଟିଫିକେଟ ପାଇଁ ୧୩.୦୨.୨୦୨୫ରେ ଅଭିଯୁକ୍ତଙ୍କୁ GPay ରେ ୬୦ ହଜାର ମଧ୍ୟ ଦେଇଥିଲେ। ଟଙ୍କା ନେଇ ଜମି ରେଜିଷ୍ଟ୍ରି ନକରି ଓ ଟଙ୍କା ଫେରସ୍ତ ନଦେଇ ଗୁପ୍ତରେ ଅନ୍ୟକୁ ବିକି ଦେଇଥିବା ଅଭିଯୋଗ ହୋଇଛି।

Tags

Post a Comment

0 Comments
* Please Don't Spam Here. All the Comments are Reviewed by Admin.

Hollywood Movies

Header ADS